ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆରମ୍ଭ ହେଲା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଗୋସିଂହ ଦୈତ୍ୟଙ୍କ ନଗର ଭ୍ରମଣ

କଳାହାଣ୍ଡି / ଭବାନୀପାଟଣା, 22/11/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
Article Image
ତା -୨୨/୧୧/ ୨୦୨୬ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଆଜିଠାରୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଆରମ୍ଭ ହୋଇଛି। ରବିବାର ଦିନ ମହାରାଜ ଗୋସିଂହ ଦୈତ୍ୟ ରାଜ୍ୟ ଭ୍ରମଣ କରି ପ୍ରଜାଙ୍କ ସୁଖ ଦୁଃଖ ବୁଝିଛନ୍ତି। ପ୍ରଥମେ ମହାରାଜ ଗୋସିଂହ ଦେବଗିରିକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଓ ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ରାଜ ଅତିଥି ଭାବେ ଯୋଗଦେଇ ନଗର ଭ୍ରମଣ ରଥର ଶୁଭ ଉଦଘାଟନ କରିଥିଲେ। ଏହାପରେ ମହାରାଜ ଥାଟବାଟ ସହ ରଥରେ ଚଢ଼ି ବୁଢୀପଦର ଦେଇ ରୁପ୍ରାରୋଡରେ ପହଞ୍ଚିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଖିଳ ଭାରତୀୟ ମାରଓ୍ବାଡି ସମ୍ମେଳନ ପକ୍ଷରୁ ମହାରାଜଙ୍କ ସ୍ବାଗତ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମହେଶ ଅଗ୍ରଓ୍ବାଲ, ରୁପଚନ ଜୈନ, ମାରଓ୍ବାଡି ଯୁବା ମଞ୍ଚ ଅଧ୍ୟକ୍ଷ ଅମିତ ଅଗ୍ରଓ୍ବାଲ ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ
Article Image
ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନିରଜ ଶର୍ମା। ମହାରାଜ ଗୋସିଂହ ଦୈତ୍ୟଙ୍କୁ ରୁପ୍ରାରୋଡ ବସ୍ତିର ଘରେ ଘରେ ବନ୍ଦାପନା କରି ଭବ୍ୟ ସ୍ବାଗତ କରିଥିଲେ। ଏହି ସମୟରେ ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢ଼ୀପଦର ପରିସରରେ ପ୍ରତ୍ୟକ ସନ୍ଧ୍ୟାରେ ଗୋସିଂହ ଦୈତ୍ୟ ଦରବାର ବସିବ, ଏଥିରେ ଅଞ୍ଚଳବାସୀ ଯୋଗଦାନ କରିବାକୁ ଏହି ଅବସରରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।
7