ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗାର ପସରା

ଢେଙ୍କାନାଳ, 22/11/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ଏହି ପବିତ୍ର ଦିନରେ ବୋଇତ ବନ୍ଦାଣ ପରମ୍ପରାକୁ ପାଳନ କରିବା ପାଇଁ ସହରର ବିଭିନ୍ନ ବଜାର ଓ ଛକରେ ଖୋଲିଛି ଡଙ୍ଗାର ପସରା। ବିଭିନ୍ନ ରଙ୍ଗ ଓ ଆକାରର ଡଙ୍ଗା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି। ଢେଙ୍କାନାଳ ଆନନ୍ଦ ବଜାରରେ ଡଙ୍ଗା ବ୍ୟବସାୟ କରୁଥିବା ଶ୍ରୀରାମ ସାହୁ କହିଛନ୍ତି, ଦୀର୍ଘ ୨୦ ବର୍ଷ ଧରି ସେ ଏହି ବ୍ୟବସାୟ କରିଆସୁଛନ୍ତି। ଏଠାରେ ବିକ୍ରି ହେଉଥିବା ଡଙ୍ଗାଗୁଡ଼ିକ ଜଟଣୀରୁ ଆସିଥାଏ। ଛୋଟରୁ ବଡ଼ ବିଭିନ୍ନ ପ୍ରକାରର ଡଙ୍ଗାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନିଜ ସାମର୍ଥ୍ୟ ଅନୁସାରେ ଲୋକେ ଡଙ୍ଗା କିଣି ଏହି ପରମ୍ପରାରେ ସାମିଲ ହେଉଛନ୍ତି। ପୁରାତନ ଓଡ଼ିଆ ନୌବାଣିଜ୍ୟର ସ୍ମୃତିକୁ ମନେ ପକାଇ ଡଙ୍ଗା ଭସାଇବାର ଏହି ପରମ୍ପରା ଆଜି ବି ଓଡ଼ିଆଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଉଛି।
7