ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାଚିକା ସହାୟିକା ସଂଘର ବୈଠକ

ଢେଙ୍କାନାଳ, 22/11/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୨୨/୧୧ : ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ନିଳ ଓଡିଶା ଏମ୍.ଡି.ଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଆସନ୍ତା ତା.୩୦.୧୧.୨୦୨୬ରିଖରେ ବିଧାନସଭା ସମ୍ମୁଖରେ ହେବାକୁ ଯାଉଥିବା ମିଳିତ ମଂଚର ଆନ୍ଦୋଳନ ଉପରେ ଆଲୋଚନା କରାଯାଇଥିଲା । ମାସିକ ପାରିଶ୍ରମିକ ଅପ୍ରେଲ୍ ମାସ ଠାରୁ ବିଳମ୍ବରେ ମିଳୁ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ ଭାବରେ ଟଙ୍କା ନଦେଇ ଏକକାଳୀନ ଯେପରି ଭାବରେ ଦିଆଯାଉଥୁଲା ସେପରି ଭାବରେ ମାସର ପ୍ରଥମ ସପ୍ତାହରେ ଦେବାକୁ ବ୍ୟବସ୍ଥା କରିବାକୁ ସଂଘ ଦାବି କରୁଛି । ସର୍ବନିମ୍ନ ମଜୁରୀ ୧୦ ମାସ ପରିବର୍ତେ ୧୨ ମାସର ପାରିଶ୍ରମିକ, ପାଚିକା ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଅବସର ସମୟରେ ସତନ୍ତ୍ର ସହାୟତା ସହିତ ପେନ୍‌ସନ୍, ବିଇଓଙ୍କ ଦ୍ବାରା ନିଯୁକ୍ତି, ବର୍ଷକୁ ୨ଟି ଶାଢୀ ସହିତ ୧୨ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରା‌ଯିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଉକ୍ତ ଦିନ ବିଦ୍ୟାଳୟମାନଙ୍କରେ ରୋଷେଇ କାର୍ଯ୍ୟ ବନ୍ଦ କରି ପାଚିକାମାନେ ଆନ୍ଦୋଳନରେ ସାମିଲ୍ ହେଉଥିବାରୁ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ହେଉଥିବାରୁ ସଂଘ ଦୁଃଖ ପ୍ରକାଶ କରୁଛି । ବର୍ତମାନ ଯେପରି ଭାବରେ ବଜାରରେ ଦର୍‌ଦାମ ବୃଦ୍ଧି ଘଟିବାରେ ଲାଗୁଛି ଏଥିରେ ଗୋଟିଏ ପାଚିକା ପରିବାର ମାସକୁ ୩ହଜାର ଟଙ୍କାରେ କିପରି ଭାବରେ ଚଳିବ ବୋଲି ରାଜ୍ୟ ଉପଦେଷ୍ଟା ରବି ରଥ ଶାସକ ଏବଂ ପ୍ରଶାସକଙ୍କୁ ପ୍ରଶ୍ନ କରିଛନ୍ତି । ଆଉ ମଧ୍ୟ କରୋନା ପୂର୍ବରୁ ରାଜ୍ୟରେ ୩ଗୋଟି ପାଚିକା ସଂଘ ଥିବାବେଳେ କିଛି ଦାବୀ ହାସଲ କରିଥିଲା । କରୋନା ସମୟରେ ୫/୬ଟି ସଂଘ ଗଠନ କରି ପୃଥକ ପୃଥକ ଭାବେ ଆନ୍ଦୋଳନ ସଂଗଠିତ କରି କି ପ୍ରକାର ଦାବୀ ହାସଲ କରିଛନ୍ତି ବୋଲି ରାଜ୍ୟର କର୍ମକର୍ତାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନରେ ପାଚିକା ସହାୟିକା ସଂଘ ଗୁଡିକ ସାମିଲ୍ ହୋଇ କେତେଗୋଟି ଦାବୀକୁ ହାସଲ କରିବାକୁ ଅହ୍ବାନ ଦେଇଥିଲେ । ଏହି ମର୍ମରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧୁକାରୀ, ଗୋଷ୍ଠୀ ଶିକ୍ଷା ଅଧୁକାରୀ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ବୈଠକରେ ଶାନ୍ତିପ୍ରିୟା ସାହୁ, ସୁବାଶିନୀ ବେହେରା, ଉତରା ପାତ୍ର, ଦୀପ୍ତିମୟୀ ଷଡଙ୍ଗୀ, ରେବତୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
8