ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ୱୀପଗଡ଼ରେ ଭତ୍ତା ବଣ୍ଟନ, ଘରେ ଘରେ ପହଞ୍ଚିଲେ ସରପଞ୍ଚ

ପାରାଦ୍ୱୀପଗଡ଼, 22/11/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ – ୨୧/୧୧/୨୦୨୬ : ଜଗତସିଂହପୁର ଜିଲ୍ଲାର ଅନ୍ୟତମ ବୃହତ୍ ଗ୍ରାମ ପଞ୍ଚାୟତ ଭାବେ ପରିଚିତ ପାରାଦ୍ୱୀପଗଡ଼ ଗ୍ରାମ ପଞ୍ଚାୟତରେ ଭତ୍ତା ମେଳା ଅନୁଷ୍ଠିତ ହୋଇଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅବିବାହିତା ଓ ସ୍ୱାମୀ ପରିତ୍ୟକ୍ତା ଭତ୍ତା ପାଇଁ ଅପେକ୍ଷା କରିଥିବା ୨୫୬ ଜଣ ହିତାଧିକାରୀଙ୍କୁ ଏହି ମେଳାରେ ଭତ୍ତା ପ୍ରଦାନ କରାଯାଇଛି।
Article Image
ସୂଚନା ଅନୁଯାୟୀ, ୨୦୧୭ ମସିହାରୁ ଭତ୍ତା ପାଇବା ଆଶାରେ ୩୩୫ରୁ ଊର୍ଦ୍ଧ୍ୱ ଆଶାୟୀ ହିତାଧିକାରୀ ଅପେକ୍ଷା କରି ରହିଥିଲେ। ଏନେଇ ଅନେକ ହିତାଧିକାରୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ନିକଟରେ ନିଜର ଅସୁବିଧା ଜଣାଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି, ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ପ୍ରୋତ୍ସାହନ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରାଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ୨୫୬ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର ହୋଇଥିବା ଜଣାପଡ଼ିଛି।
Article Image
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରା, ଚନ୍ଦ୍ରଶେଖର ଚୌଧୁରୀ, ଜୟନ୍ତ ସେନାପତି, ଚନ୍ଦ୍ରକାନ୍ତ ସ୍ୱାଇଁ, ମନୋଜ ରାଉତ, ସତ୍ୟନାରାୟଣ ମହାପାତ୍ର, ଅଲେଖ ମହାରଥା, ବିଚିତ୍ର ପ୍ରଧାନ, ଗୋଲାପୀ ବେହେରା, ପ୍ରଭାତ ସାହୁ, ଏଡିଇଓ ଶ୍ରୀମତୀ ସିପ୍ରାରାଣୀ ପତି ଓ ସଂଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଭତ୍ତା ବଣ୍ଟନରେ ସହଯୋଗ କରିଥିଲେ। ଅନ୍ୟପକ୍ଷରେ, କେତେକ ଭିନ୍ନକ୍ଷମ ଓ ଅସୁସ୍ଥ ହିତାଧିକାରୀ ଶାରୀରିକ ଅସୁବିଧା କାରଣରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିପାରି ନଥିଲେ। ସେମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀମତୀ ବେହେରା ନିଜେ ସେମାନଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିଥିଲେ। ଦୀର୍ଘଦିନର ଅପେକ୍ଷା ପରେ ଭତ୍ତା ପାଇ ହିତାଧିକାରୀମାନେ ଖୁସିବ୍ୟକ୍ତ କରିବା ସହ ହୁଳହୁଳି ଓ ହରିବୋଲ ଧ୍ୱନିରେ ପରିବେଶକୁ ମୁଖରିତ କରି ସରପଞ୍ଚଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଭତ୍ତା ମେଳା ଜରିଆରେ ଯୋଗ୍ୟ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଥିବା ବେଳେ ପଞ୍ଚାୟତର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।
6