ବୁଗୁଡା, 22/11/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ବିଜେପି ପକ୍ଷରୁ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ଗଙ୍ଗା ନାୟକଙ୍କ ତତ୍ବାବଧାନରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପସ୍ଥିତ ବିଜେପି ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ଏବଂ ବିଜେପି ସଙ୍ଗଠନକୁ ମଜବୁତ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଏହାର ସୁଫଳ ନେବାପାଇଁ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଜେଡି ଯୁବ ସଙ୍ଗଠକ ତଥା ସରପଞ୍ଚ ପ୍ରାର୍ଥୀ ହରପ୍ରସାଦ ସାହୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ସହିତ ତାଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ପଞ୍ଚୁ ପ୍ରଧାନ,ଓ୍ବାର୍ଡ ମେମ୍ବର ମନୋଜ କୁମାର ସାହୁ, ଶତୃଘ୍ନ ସ୍ବାଇଁ,ତମାଳ ନାୟକ, ଜୟକୃଷ୍ଣ ସାହୁ,ରାଘବ ନାୟକ, ମହେନ୍ଦ୍ର ନାୟକ ଓ ଅମ୍ବିକା ନାୟକ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ପରିବାର ବିଧିବଦ୍ଧ ଭାବେ ବିଜେପି ସାମିଲ ହୋଇଥିଲେ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳିୟୀ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମ୍ମାନର ସହିତ ଦଳରେ ସାମିଲ କରାଇଥିଲେ। ଗ୍ରାମରେ ସଂଗଠନକୁ ସୁଦୃଢ କରିବା ସହ ଗ୍ରାମର ପ୍ରଗତି କ୍ଷେତ୍ରରେ ସାମିଲ ହେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସୁନୀଲ ପାଢ଼ୀ, ହରିହର ସାହୁ,ଧୋବା ପ୍ରଧାନ, ଶ୍ରୀହର୍ଷ ପ୍ରଧାନ, ଦିଲିପ ପ୍ରଧାନ, ଗନ୍ଧର୍ବ ପ୍ରଧାନ, ନିରଞ୍ଜନ ଗୌଡ଼, ଭିକାରୀ ଆଲଟିଆ ଉପସ୍ଥିତ ଥିଲେ।