ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଉ ଦୁଇ ଦିନ ପରେ କଳିଙ୍ଗ ବାଲିଯାତ୍ରା , ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

ପାରାଦୀପ, 22/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
Article Image
ଆସନ୍ତା ୨୩ ତାରିଖରେ ପାରାଦୀପରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ କଳିଙ୍ଗ ବାଲିଯାତ୍ରା। ଏହାକୁ ନେଇ ସମଗ୍ର ପାରାଦୀପ ଅଞ୍ଚଳରେ ଉତ୍ସାହ ଦେଖାଦେଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ।
Article Image
ଗତ ଦୁଇ ଦିନ ଧରି ବାତ୍ୟାର ପ୍ରଭାବ ଯୋଗୁଁ ପ୍ରସ୍ତୁତି କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲା। ତେବେ ପାଗରେ ସୁଧାର ଆସିବା ପରେ ଆଜିଠାରୁ ପୁଣି ଜୋରଦାର ଭାବେ ଆରମ୍ଭ ହୋଇଛି ସାଜସଜ୍ଜା ଓ ଅନ୍ୟାନ୍ୟ ପ୍ରସ୍ତୁତି। ଷ୍ଟଲ୍ ନିର୍ମାଣଠାରୁ ଆରମ୍ଭ କରି ମଞ୍ଚ ପ୍ରସ୍ତୁତି ଓ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରିବାକୁ ଲାଗିପଡ଼ିଛନ୍ତି ସମ୍ପୃକ୍ତ କର୍ମଚାରୀ ଓ ଆୟୋଜକ।
Article Image
ଏହି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବହୁ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଆକର୍ଷଣୀୟ ସଙ୍ଗୀତ ପରିବେଷଣ ମଧ୍ୟ ମହୋତ୍ସବର ଅନ୍ୟତମ ଆକର୍ଷଣ ହେବ ବୋଲି ଜଣାପଡ଼ିଛି। ଆଜି ଖୋଦ୍ କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଏବଂ ପାରାଦୀପ ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଉପସ୍ଥିତ ରହିଥିଲେ। ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସୁଚାରୁରୂପେ ଶେଷ କରିବା ଲକ୍ଷ୍ୟରେ ଅଧିକାରୀମାନେ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ନିର୍ଦ୍ଧାରିତ ସମୟରେ ମହୋତ୍ସବ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।
8