ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବୀର ବଜାରରେ ବୁଧେଇ ଓଷାର ଶେଷ ପାଳି ପାଳିତ

ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସହରର ମହାବୀର ବଜାରଠାରେ ଭକ୍ତି ଓ ନିଷ୍ଠାର ସହ ବୁଧେଇ ଓଷାର ଶେଷ ପାଳି ପାଳିତ ହୋଇଯାଇଛି। ଭାଦ୍ରବ ମାସର ଚାରିଟି ବୁଧବାରରେ ପାଳିତ ହେଉଥିବା ଏହି ବୁଧେଇ ଓଷା ପିଲାମାନଙ୍କ ମଙ୍ଗଳ ଏବଂ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରି ପାଳନ କରାଯାଇଥାଏ। ଏହି ଅବସରରେ ଶିଳ ଓ ଶିଳପୁଆରେ ବୁଦ୍ଧି ବାମନଙ୍କ ଚିତ୍ର ଅଙ୍କନ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ, ଦୀପ ଓ ଧୂପ ସହ ଭୋଗ ଲାଗି କରାଯାଇଥିଲା। ଭୋଗରେ ଉଖୁଡ଼ା, ରାଶି ଲଡୁ, ନଡ଼ିଆ, କଦଳୀ, ବିଭିନ୍ନ ପ୍ରକାରର ଫଳ ଓ ପିଠା ଆଦି ଅର୍ପଣ କରାଯାଇଥିଲା। ଏହା ସହିତ ଭକ୍ତମାନଙ୍କ ପକ୍ଷରୁ ବୁଦ୍ଧି ବାମନ ଓଷା ବହି ପାଠ କରାଯାଇଥିଲା। ପରିବାରର ମଙ୍ଗଳ ଓ ପିଲାମାନଙ୍କ ସୁଖ ସମୃଦ୍ଧି କାମନା କରି ମହାବୀର ବଜାର ଅଞ୍ଚଳର ମହିଳାମାନେ ଏହି ପୂଜାରେ ଶ୍ରଦ୍ଧା ଓ ଭକ୍ତିର ସହ ସାମିଲ ହୋଇଥିଲେ। ଧାର୍ମିକ ପରିବେଶ ମଧ୍ୟରେ ବୁଧେଇ ଓଷାର ଶେଷ ପାଳି ସମ୍ପନ୍ନ ହୋଇଥିଲା।
7