ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ତା - ୨୩/୯: ଢେଙ୍କାନାଳ ରିଜର୍ଭ ପୋଲିସ୍ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରେ ପୂଜାର୍ଚ୍ଚନା କରାଯାଇ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ଦ୍ବାରା ଘାଟରେ ପହଁଚି ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା ।