ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ତା - ୨୩/୯: ଢେଙ୍କାନାଳ ସହର ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ତରଫରୁ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ଫଚ ଉପଚାରରେ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ବାପି ରଥ ଓ କର୍ତା ରଙ୍ଗାଧର ପାତ୍ର ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ଜଗଦୀଶ ଅଗ୍ରୱାଲା, କାର୍ଯ୍ୟକାରୀ ସଭାପତି ପ୍ରଭାକର ବେହେରା ଓ ରଙ୍ଗାଧର ପାତ୍ର, ଉପସଭାପତି ଦେବଦର୍ଶନ ଦେବାଶିଷ ବେହେରା ଓ ରାଜେଶ ସୋନି, ସଂପାଦକ ରବି ନାରାୟଣ ବେହେରା, ସହସଂପାଦକ ମାୟାଧର ପାତ୍ର, ସଂଞ୍ଜୟ ବେହେରା, ସତ୍ୟ ସରୂପ ଦାସ ଓ କାହ୍ନୁ ବେହେରା ପ୍ରମୁଖଙ୍କ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।