ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଆଳି ସମୁଦ୍ରକୂଳରେ ବଢ଼ିଲା ଅଶାନ୍ତି

ଏରସମା, 23/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :
Article Image
ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ଆଶଙ୍କା। ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ଶିଆଳି ସମୁଦ୍ରକୂଳରେ ଦେଖିବାକୁ ମିଳୁଛି ସମୁଦ୍ରର କରାଳ ରୂପ। ଧୀରେ ଧୀରେ ବଢ଼ୁଛି ସମୁଦ୍ରର ଗର୍ଜନ। ଏହା ସହିତ ବଢ଼ୁଛି ପବନର ବେଗ। ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ମନରେ ଦେଖାଦେଇଛି ଭୟ ଓ ଆଶଙ୍କା। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ମଧ୍ୟ ସମୁଦ୍ରକୂଳକୁ ନଯିବା ପାଇଁ ବାରଣ କରାଯାଇଛି। ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗର ପରବର୍ତ୍ତୀ ଗତିବିଧି ଉପରେ।
7