ଜଗତସିଂହପୁର, 23/09/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ତା. ୨୨/୦୯/୨୦୨୬ : କଟକ ସିଡିଏ ସେକ୍ଟର-୮ ସ୍ଥିତ ସହସ୍ରାଂଶୁ ଶିଶୁ-କିଶୋର ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଛି।
ଅନୁଷ୍ଠାନର ଅଧ୍ୟକ୍ଷ ସୌରମୋହନ ଉଦ୍ଗାତାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଏହି ଅବସରରେ ବରିଷ୍ଠ ସାହିତ୍ୟିକ ତଥା ‘ନବକାକଳି’ର ସମ୍ପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ‘ଶ୍ରେଷ୍ଠ ଦାୟାଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ଶାଲ, ମୁମେଣ୍ଟୋ ଓ ସୁଦୃଶ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଡ. ହରିହର କାନୁନ୍ଗୋ, ମୁଖ୍ୟବକ୍ତା ଭାବେ ଉତ୍କଳ ସମାଜର ସମ୍ପାଦକ ରାଜୀବ ଷଡ଼ଙ୍ଗୀ ଏବଂ ବରେଣ୍ୟ ଅତିଥି ଭାବେ ନାଟ୍ୟକାର ସଂଜିତ କୁମାର ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଡ. ତ୍ରିପାଠୀଙ୍କୁ ଏହି ସମ୍ମାନ ମିଳିଥିବାରୁ ଜଗତସିଂହପୁର ସମ୍ବାଦ ସାହିତ୍ୟ ଘର, ଜଗତସିଂହପୁର ସାହିତ୍ୟ ପରିଷଦ, ପାଟେଣୀଗାଁର ବଟ ଶ୍ରୀକ୍ଷେତ୍ର, ଅଳକା ଆଶ୍ରମ ଓ ତୁଳସୀ ସାହିତ୍ୟ ସଂସଦ ସମେତ ଜିଲ୍ଲାର ବିଭିନ୍ନ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।