ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ରୁଚିକା ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ୧୫୦ ରୁ ଉର୍ଦ୍ଧ୍ବ ଶିଶୁ ଶ୍ରମିକ ଉଦ୍ଧାର

ଜଗତସିଂହପୁର, 17/06/2026, ଉତ୍କଳ voice( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) : ଜଗତସିଂହପୁର ଜିଲ୍ଲାରେ ଶିଶୁ ସୁରକ୍ଷା ସହିତ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କର ନାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ସରକାର ବିଭିନ୍ନ ସ୍ବେଛାସେବୀ ସଂଗଠନ ଜରିଆରେ ସଚେତନତା କରୁଛନ୍ତି । ୪୨ ବର୍ଷ ଧରି ଚାଇଲଡ଼ ଟ୍ରାଫିକିଙ୍ଗ ଉପରେ କାର୍ଯ୍ୟ କରୁଥିବା ରୁଚିକା ସ୍ବେଛାସେବୀ ଅନୁଷ୍ଠାନ
Article Image
ଜଗତସିଂହପୁର ଜିଲ୍ଲାରେ ଗତ ୩ ବର୍ଷ ହେବ କାର୍ଯ୍ୟକରି ଆସୁଅଛି । ଜିଲ୍ଲାର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଆବାସିକ ଘରେ, ଇଟାଭାଟି,ରାଇସମିଲ ଆଦିରେ ବହୁ ମାତ୍ରାରେ ଶିଶୁ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ଦେଖାଯାଇଛି । ଏହାକୁ ନେଇ ରୁଚିକା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୫୦ ରୁ ଉର୍ଦ୍ଧ୍ବ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଦୁର୍ଗା ବଜାର ଠାରେ ରୁଚିକା ସ୍ବେଛାସେବୀ ଅନୁଷ୍ଠାନର ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରୁଚିକାର ଜିଲ୍ଲା କୋଅର୍ଡିନେଟର ଦେବାଶିଷ ଜେନା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଚାଇଲଡ଼ ଟ୍ରାଫିକିଙ୍ଗ ଟିମ ଲିଡ଼ର ପ୍ରତିମା ସେଠୀ, ମେମ୍ବର ଅଭୟ ମୁଦୁଲି, ବାଲ୍ୟ ବିବାହ ଟିମ ସଦସ୍ୟ ସଞ୍ଜୀବ ଗ୍ରହାଚାର୍ଯ୍ୟ, ସଦସ୍ୟ। ପ୍ରଭାତୀ ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
3