ପାରାଦୀପ ଗଡ , 17/06/2026, ଉତ୍କଳ voice( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା: ୧୬.୦୬.୨୦୨୬ ରିଖ:
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ଉଦଯାପନ ସଂଧ୍ୟାରେ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗଦେଇ ରଜ ପର୍ବ ର ମାହାତ୍ମ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ତାଙ୍କ ସରକାର ଙ୍କ ଦୁଇ ବର୍ଷ ମଧ୍ୟରେ ପାରାଦୀପ ଓ ଓଡ଼ିଶା ହୋଇଥିବା ବିକାଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ପାରାଦୀପ ରେ ନିଲବର୍ଣ୍ଣ ଶୃଗାଳ ଠାରୁ ଦୁରେଇ ରହିବାକୁ ସତର୍କ କରାଇ ଦେଇଥିଲେ l ସମ୍ମାନିତ ଅତିଥି କେ.ଏମ୍.ଭି. ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀଯୁକ୍ତ ସର୍ବାନମ୍ମ , କୈବର୍ତ୍ତ ନେତା ଶ୍ରୀଯୁକ୍ତ ପ୍ରହଲ୍ଲାଦ ଚନ୍ଦ୍ର ବେହେରା, ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଭଗବାନ ପରିଡ଼ା, ରାଜକିଶୋର ପତି, ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ଶ୍ରୀଯୁକ୍ତ ଦିଲିପ କୁମାର ବେହେରା ଓ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଯୋଗଦେଇ ରଜ

ମହୋତ୍ସବ ର ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ, ୨୦୨୨ ମସିହାରେ ଉକ୍ତ ରଜ ମହୋତ୍ସବ ପାଇଁ ପରିକଳ୍ପନା କରିଥିବା ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା କହିଥିଲେ ଯେ ରଜ ମହୋତ୍ସବ ଆମ ଅଞ୍ଚଳ ର ଲୋକ ମାନଙ୍କୁ ଆନନ୍ଦ ଦେଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ, +୨ ବାଣିଜ୍ୟ ରେ ଜିଲ୍ଲା ଟପ୍ପର ହୋଇଥିବା ଏସ୍.ଏସ୍ . ସ୍ମୃତି ରଞ୍ଜନ ଓ ବିଜ୍ଞାନ ୯୦% ରୁ ଉର୍ଦ୍ଧ ନମ୍ବର ରଖିଥିବା ସ୍ୱାଗତିକା ପରିଡ଼ା, ରାଜଲକ୍ଷ୍ମୀ ସ୍ଵାଇଁ ଏବଂ କିକ୍ ବକ୍ସିଂ ରେ ଜାତୀୟ ସ୍ଵର୍ଣ୍ଣ ପଦକ ବିଜେତା ଶୁଭଶ୍ରୀ ପ୍ରଧାନ ଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ l ରଜ ରାଣୀ, ମ୍ୟୁଜିକ୍ ଚେୟାର, ରଙ୍ଗୋଲି ଆଦି ପ୍ରତିଯୋଗୀତା ରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟା ସମ୍ବର୍ଦ୍ଧିତ କରିଥିଲେ, ସରଣାବିନ୍ଦ ଓଝା ମଞ୍ଚ ସଞ୍ଚାଳନ କରିଥିବା ବେଳେ ରଜ ମହୋତ୍ସବ କମିଟି ର ସମ୍ପାଦକ ଦେବ ଦୁର୍ଲ୍ଲଭ କର ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ l ସଙ୍ଗୀତ ସରଗମ୍ ମେଲୋଡି ଗ୍ରୁପ୍ ଭୁବନେଶ୍ୱର ର ପ୍ରଜ୍ଞା ହୋତା ଙ୍କ ନାଚ ଗୀତ ରେ ଦର୍ଶକ ମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବସି ରହି ମହୋତ୍ସବ କୁ ଉପଭୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଜ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ଚୌଧୁରୀ, ଜୟନ୍ତ ସେନାପତି, ସଂଗ୍ରାମ ବେହେରା, ମନୋଜ ରାଉତ, ଅନନ୍ତ ବିଶ୍ବାଳ, ଅଲେଖ ମହାରଥା, ରାଜେନ୍ଦ୍ର ବେହେରା,ବିଚିତ୍ର ପ୍ରଧାନ, ରଞ୍ଜନ ସାମଲ, ଉଲ୍ଲାସ ମହାରଥା, ଜୀବନ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାହୁ, ରମେଶ ବେହେରା, ଦୀପକ ପଣ୍ଡା, ଆରତୀ ଦାସ, ରଞ୍ଜିତା ସାହୁ, ରମେଶ ତ୍ରିପାଠୀ, ରାଜଶ୍ରୀ ସାହୁ, ସୂର୍ଯ୍ୟକାନ୍ତ ବେହେରା, ଗୋଲାପ ରାଣୀ ସାହୁ, ମନୋରଞ୍ଜନ ତରାଇ, ଦିଲ୍ଲୀପ ପଣ୍ଡା, ଧର୍ମପଦ ସାହୁ,ଚନ୍ଦନ ନାୟକ, ସୁଭସ୍ମିତା ମଙ୍ଗରାଜ ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲେ l ଶାନ୍ତି ଶୃଙ୍ଖଳାର ସହିତ ରଜ ମହୋତ୍ସବ କୁ ଉପଭୋଗ କରିଥିବାରୁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଥିଲେ l

