ତିର୍ତ୍ତୋଲ, 16/06/2026, ଉତ୍କଳ voice( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଖଡ଼ଗପୁର ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଉତ୍କଳମଣି ପୂଜ୍ୟ ପୂଜା ସଂସଦ ମାଧ୍ୟମରେ ପନ୍ଦରତମ ଉତ୍ସବ ସ୍ଥାୟୀ ସଭାପତି ଆଇନଜୀବୀ ସୁଧୀର ଖୁଣ୍ଟିଆଙ୍କ ସଭାପତିତ୍ୱରେ ରଜ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅଞ୍ଚଳର ପୂଜ୍ୟ ମାନଙ୍କର ମା ତାରିଣୀଙ୍କ ନିମିତ୍ତ ଅର୍ଥ, ଶକ୍ତି ସାମର୍ଥ୍ୟ ଦେଇଥିବା ସମସ୍ତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଲୋକନାଥ ବଡ଼ପଣ୍ଡା ସଂଚାଳନ କରିଥିବାବେଳେ ସଭ୍ୟ ହେମନ୍ତ କୁମାର ନାୟକ, ଡ଼ଃ ବସନ୍ତ ମଞ୍ଜରୀ ଦାସ, ଜଗନ୍ନାଥ ଖଣ୍ଡୁଆଳ,ବାଲିଘର ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ପ୍ରାୟ ତିରିଶ ଜଣ ସମ୍ବର୍ଦ୍ଧିତ ହୋଇଥିଲେ lପରିଶେଷରେ ସମ୍ପାଦକ କିଶୋର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l