କୁଜଙ୍ଗ / ବଳରାମପୁର , 16/06/2026, ଉତ୍କଳ voice( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା: ୧୫.୦୬.୨୦୨୬ ରିଖ:
ଓଡ଼ିଶା ର ଗଣପର୍ବ ହେଉଛି ରଜ।ଓଡ଼ିଆ ପରମ୍ପରା ସାଂସ୍କୃତିର ନିଆରା ପର୍ବ ହେଉଛି ରଜପର୍ବ। ଏହା ସାଧାରଣତଃ ଜ୍ୟେଷ୍ଠ ମାସରେ ପଡେ । ରଜ ପର୍ବ ସାଧାରଣତଃ ୪ ଦିନଧରି ପାଳନ କରାଯାଇଥାଏ। ପ୍ରଥମ ଦିନ ପହିଲି ରଜ , ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦହନ ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ। ଏହିଦିନ ସବୁ ଓଡ଼ିଆ ଘରର ଝିଅ ବୋହୁ ମାନେ ପାଦରେ ଅଳତା ଲଗାଇ ହାତରେ ମେହେନ୍ଦି କରି ନୂଆ ଲୁଗାପଟା ପିନ୍ଧି ସକାଳୁ ସକାଳୁ ଦୋଳି ଖେଳଥାନ୍ତି। ଓଡ଼ିଶାର ୩୦ ଜିଲ୍ଲା ଭଳି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ

ବଳରାମପୁର ଗ୍ରାମର ମଙ୍ଗଳାସାହିର ଝିଅ ବୋହୁ ଏବଂ ମଙ୍ଗଳା ୟୁଥ୍ କ୍ଳବର ସଦସ୍ୟ ମାନେ ପ୍ରଥମ ବର୍ଷ କରି ରଜ ମହୋତ୍ସବ ମନାଇ ଥିଲେ। ରଜର ପ୍ରଥମ ଦିନ ମଙ୍ଗଳାସାହିର ସମସ୍ତଙ୍କ ଘରେ ଘରେ ପିଠା ପଣା , କ୍ଷୀରି ପୁରି ଆଦି ବନାଇ ମିଳିତ ହୋଇ ଖାଇଥିଲେ। ରଜର ସବୁ ଠୁ ନିଆରା ଖାଦ୍ୟ ପୋଡ଼ପିଠା ଖାଇ ରଜର ସୈଦର୍ଯ୍ୟ କୁ ଆହୁରି ବୃଦ୍ଧି କରିଥିଲେ। ଝିଅ ବୋହୁ ମାନେ ଦୋଳି ଖେଳି ରଜପର୍ବ ମନାଉଥବା ବେଳେ ପୁଅମାନେ ଗାଁ ଦାଣ୍ଡରେ ବସି ତାସ ଖେଳି ରଜ ପାରିଥିଲେ। ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କୁଜଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ( *ଶ୍ରୀମତୀ ବନ୍ଦିତା ଦାସ* ) ଯୋଗ ଦେଇଥିଲେ। ଏବଂ ଏହି ମହୋତ୍ସବ ଖାଲି ଏଇ ବର୍ଷ ନୁହେଁ ଆଗାମୀ ବର୍ଷରେ କିଭଳି ଆହୁରି ଉନ୍ନତ ମାନର କରାଯାଇପାରିବ ସେ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ମୁଖ୍ୟତଃ ମା, ମଙ୍ଗଳା ୟୁଥ୍ କ୍ଳବର ପ୍ରେସିଡେଣ୍ଟ (ସତ୍ୟରଞ୍ଜନ ମଲ୍ଲିକ) ଏବଂ ସେକ୍ରେଟାରୀ (ସଂଗ୍ରାମ ଜିତ୍ ମହାପାତ୍ର) ଓ ଅନ୍ୟାନ୍ୟ ସଦସ୍ୟ ଯଥା ; ଦିପ୍ତି ମୋହନ ମଲ୍ଲିକ୍, ହିରଣ୍ୟ କୁମାର ମଲ୍ଲିକ୍ , ସତ୍ୟବ୍ରତ ଦାସ , ସମାପ୍ତ ମହାପାତ୍ର, ଛବିନ୍ଦ୍ର ମଲ୍ଲିକ୍, ସୁମନ ମଲ୍ଲିକ୍ , ଅଭିରାମ ମଲ୍ଲିକ୍ , ଜୟରାମ ମଲ୍ଲିକ୍ , ଜିତେନ୍ଦ୍ର ମଲ୍ଲିକ୍ , ପବିତ୍ର ମଲ୍ଲିକ୍, ରତନ କୁମାର ମଲ୍ଲିକ୍ , ସୁଜନ ମଲ୍ଲିକ୍ ଇତ୍ୟାଦି ସହଯୋଗ କରି ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିଥିଲେ। ଏହି ରଜପର୍ବରେ ସମସ୍ତେ ରଜ ପାନ ଖଣ୍ଡେ ଖଣ୍ଡେ ଖାଇ ନୂତନ ପୋଷାକ ପରିଧାନ କରି ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ।

