ଏରସମା, 15/06/2026, ଉତ୍କଳ voice( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସର ରେ ଆଜି ଏରସମା ବ୍ଲକ ର ନାର ଦିଆ ପଞ୍ଚାୟତ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ପିଲ୍ଲେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ସୂ ଯୋଜନା ଉପରେ ଆଲୋଚନା କରିଥଲେ ll ସେହି ଭଳି ବରନ୍ୟ ଅତିଥି ଭାବରେ ଏରସମା ବ୍ଳକ୍ ଉନ୍ନୟନ ଅଧିକାରୀ ଦାଶ ରଥୀ ଜେନା ଯୋଗ ଦେଇ ସରକାର୍ ଙ୍କ ସୁଭଦ୍ରା ଯୋଜନା, କନ୍ୟରତ୍ନ ଯୋଜନା, ମିଶନ ଶକ୍ତି, ମମତା ଯୋଜନା ରେ ସରକାର୍ କି କି ସୁବିଧା ରହିଛି ଲୋକ ମାନଙ୍କୁ ବୁଝାଇ ଥିଲେ l ନୂତନ ରାସନ୍ କାର୍ଡ, ନୂତନ ଘର ପାଇବା ପାଇଁ କିଭଳି ଆବେଦନ କରିବାକୁ ପଡିବ ତାହା ଉପ ସ୍ଥିତ ଲୋକ ମା ନ ବୁଝାଇ ଥିଲେ l ସ୍ଥାନୀୟ ସରପଂଚ ସୀମାଇଁ ଚରଣ ଭୋଳ ଙ୍କ ସଂଯୋଜନା ରେ ନାର ଦିଆ ପଞ୍ଚାୟତ ସଭ୍ୟ ପ୍ରଫୁଲ୍ଲ ପାଳ ଡାକ୍ତର ଅମିୟ କୁମାର ସ୍ବାଇଁ, ସି ଡି ପି ଓ କ୍ରୀଷ୍ଣା ଦାସ, ମିଶନ ଶକ୍ତି ର ସ୍ନେହ ପ୍ରିୟା ସ୍ଵାଇଁ, ଅନିତା ନାୟକ ଯୋଗ ଦେଇ ନିଜ ନିଜ ର ବିଭାଗ ର କାର୍ଯ୍ୟ ଉପରେ ଲୋକମାନଙ୍କ ପାଇଁ କି କି ସୁବିଧା ରହିଛି ବୁଝାଇ ଥିଲେ l ଏହି ଅବସରରେ ଅନ୍ତ୍ ଦ୍ୟୋୟ ଘର ର ପୁରସ୍କାର ରାଶି, ନୂତନ ଭତା, ନୂତନ ରାସନ୍ କାର୍ଡ ବଣ୍ଟନ ହୋଇଥିଲା କାର୍ଯ୍ୟକ୍ରମ ରେ ବରିଷ୍ଠ ଯନ୍ତ୍ରୀ ସୁବାଷ ଦାସ, ପିଇ ଓ ତପନ ଚୌଧୁରୀ , ଭାଗିରଥି ମହାନ୍ତି ଙ୍କ ସମେତ ଏମ ବି କେ ସମସ୍ତ ସି ଆର ପି ମାନେ ଉପସ୍ଥିତ ରହି ସହ ଯୋଗ କରିଥଲେ
