ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ବ୍ରହ୍ମପୁର ଡ଼ି ଏଫ୍ ଓ ଙ୍କ ଦ୍ବାରା ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠ କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ଗଞ୍ଜାମ, 05/06/2026, ଉତ୍କଳ voiceଗଞ୍ଜାମ/ବୁଗୁଡ଼ା,ତା ୫/୬/୨୬ :
Article Image
ବୃଦ୍ଧି ପାଉଥିବା ପ୍ରଦୂଷଣ, ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧିନସ୍ଥ ମୋଟାବାଡି ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଦ୍ବାରା ବିଭିନ୍ନ ସମୟରେ ବିଦ୍ୟାଳୟ ତାରଫରୁ ଗଛ ଲଗାଇବା ବହୁ କାର୍ଯକ୍ରମ ହାତକୁ ନେଇଥାଏ ।ଯଦ୍ୱାରା କି ବ୍ରହ୍ମପୁର ସ୍ଥିତ ଡି ଏଫ୍ ଓ କାର୍ଯ୍ୟାଳୟ ଠାରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ସ୍ଥିତ ଶ୍ରୀ ଗୋପୀନାଥ ବିଦ୍ୟାପୀଠ କୁ ପକୃତି ମିତ୍ର ପୁରସ୍କାର ସହ କୋଡ଼ିଏ ହଜାର ଟଙ୍କାର ଏକ ଚେକ୍ ସହିତ ମାନପତ୍ର ପ୍ରଦାନ କରାଯାଇଛି।ଏହି ପୁରସ୍କାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ଦାସ ବ୍ରହ୍ମପୁର ଡ଼ି.ଏଫ.ଓ.ଙ୍କ ଠାରୁ ଗ୍ରହଣ କରିଛନ୍ତି।ଏହି ପୁରସ୍କାର ପାଇଥିବା ଯୋଗୁଁ ବୁଗୁଡ଼ା ବନ ବିଭାଗ କର୍ମ ଚାରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିବା ବେଳେ ପରିବେଶ ପ୍ରେମୀ ତଥା ସମାଜସେବୀ ଗୋପାଳ ପାତ୍ରଙ୍କ ସହଯୋଗ କରିଥିବା ଯୋଗୁଁ ତାଙ୍କୁ ଅନୁଷ୍ଠାନ ତରଫରୁ ମଧ୍ୟ ଧନ୍ୟବାଦ ପ୍ରଦାନ କରାଯାଇଛିଏବଂ ପରିବେଶ ପ୍ରେମୀ ବିଦେଶୀ ସାହୁ ଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରାଇଛି।ଏଥି ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କ ସହିତ ସମସ୍ତ କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମିଳିତ ପ୍ରୟାସ ରେ ଅନୁଷ୍ଠାନ ପ୍ରକୃତି ମିତ୍ର ପୁରସ୍କାର ପାଇବା ପାଇଁ ସଫଳ ହୋଇ ପାରିଛି ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।ଏଥି ସହିତ ଏହି ବିଦ୍ୟାଳୟକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭୁରି ଭୁରି ପ୍ରଶଂସା ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
3