ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଚାଲିଛି ଠିକା ଦାର ଙ୍କ ମନମାନି ଆଉ ଗୁଣ୍ଡାରାଜ୍

ଏରସମା, 05/06/2026, ଉତ୍କଳ voice( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଚାଲିଛି ଠିକାଦାର୍ ଙ୍କ ମନ ମାନି। ସରକାର୍ ଙ୍କ ନିୟମକୁ ଫୁ କରି ଉଡେଇ ଦେଉଛନ୍ତି ଠିକାଦାର।ଆଉ କରୁଛନ୍ତି ଦାଦା ଗିରି ଆଉ ଲୋକଙ୍କୁ ଦେଖାଉଛନ୍ତି ନାଲି ଆଖି।ଦର୍ଶକ ବନ୍ଧୁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗୋଡା ପଞ୍ଚାୟତ କଥା।ଏହି ପଞ୍ଚାୟତ ରାସ୍ତା ପାଇଁ ସରକାର କୋଟି କୋଟି ଟଙ୍କା ପ୍ରୋଜେକ୍ଟ ଦେଇଥିବାରୁ ଠିକା ଦାର ମାନେ ସରକାରଙ୍କ ନିୟମ କୁ ଉଲଂଘନ କରି ନିଜ ମନ ମୁତାବକ କାମ କରୁଛନ୍ତି। ରାତି ଅଧରେ ବେଆଇନ ଭାବେ ମାଟି ରାସ୍ତା ଘାଟରେ ପଡିବା ଯୋଗୁ ଅଞ୍ଚଳ ର ସମସ୍ୟା ଦିନକୁ ଦିନ ଉପୂଜୁଛି।ଯାହାକୁ ନେଇ ମାଟି ଉପରେ କଟକଣା ଥିଲେ ମଧ୍ୟ ଏରସମା ତହସିଲ ପକ୍ଷରୁ ଏହାକୁ କୌଣସି ପ୍ରକାର ଦୃଷ୍ଟି ଦିଆଯାଉନାହିଁ।ଗୋଟେ ଦୁଇଟା ମାଟି ଉଠାଣ royality କାଟି ସହ ସହ ଟ୍ରିପ୍ ଉଠା ଯାଉଥିବାର ଅଭିଯୋଗ ହେଉଛି ।ସେପଟେ ମାଟି ପକେଇବା ଦ୍ଵାରା ଚାଷୀ ଙ୍କ ଚାଷ ଜମି ପୋତି ହୋଇଯାଇଛି।ଅଞ୍ଚଳର ଚାଷୀ ମାନଙ୍କୁ ଅବଗତ ନ କରାଇ ଜବର୍ ଡଷ୍ଟ ଚାଷୀଙ୍କ ଜମିରେ ମାଟି ପକାଉଛନ୍ତି।ଏହି ବିଷୟରେ ଠିକା ଦାର ଙ୍କୁ ଚାଷୀ ପଚାରିବାରୁ ଚାଷୀଙ୍କୁ ନାଲି ଆଖି ଦେଖା ଯାଉଛି।ଏବେ ଏହାକୁ ଆଖି ଆଗରେ ରଖି ଚାଷୀ ମାନେ ଏରସମା ତହସିଲଦାର ଙ୍କୁ ଏକ ପତ୍ର ମାଧ୍ୟମରେ ଅଭିଯୋଗ କରିବେ ବୋଲି ପ୍ରସ୍ତୁତ ହେଲେଣି।ନୂତନ ସରକାର ଆସନକୁ ଆସିବା ପରେ ଲୋକଙ୍କୁ ବଜ୍ର ପାତ୍ ରୁ ସୁରକ୍ଷା ନିମନ୍ତେ ତାଳ ଗଛ ଉପରେ ନିୟମ ରଖିଛନ୍ତି।କିନ୍ତୁ ଏହି ନିୟମକୁ ଠିକା ଦାର ଫୁ କରିଦେଇ ୩୦ ରୁ ୪୦ ତାଳ ଗଛ ମେସିନ ସାହାର୍ଯ୍ୟରେ କାଟି ପକାଇଛନ୍ତି।ଏହି ଅଭିଯୋଗକୁ ବନ୍ ବିଭାଗୀୟ ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କ ନିକଟରୁ କୌଣସି ଅନୁମତି ଦିଆଯାଇ ନାହିଁ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।ସେପଟେ ପରିବେଶବିତ୍ ମାନେ ଏହି କାର୍ଯ୍ୟକୁ ତୀବ୍ରନିନ୍ଦା କରିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଠିକା ଦାର ଉପରେ ଜିଲ୍ଲା ପ୍ରଶାସନ କି ପ୍ରକାର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁଛନ୍ତି।
Article Image
4