ତିର୍ତ୍ତୋଲ, 05/06/2026, ଉତ୍କଳ voice( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଶାଗବାରିଆର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସିଳନ୍ଦୀ-ଖନ୍ଦୋଳ ରଜମହୋତ୍ସବ ପରିସରରେ ସଂସଦ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଓ ରଜ ମହୋତ୍ସବ କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ପ୍ରଧାନ ଶିକ୍ଷକ ଅନୀଲ କୁମାର ଜେନା ବର୍ତ୍ତମାନର ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଋତୁ ପରିବର୍ତ୍ତନ କେବଳ ବୃକ୍ଷର ସାନ୍ଦ୍ରତା ଉପରେ ହିଁ ନିର୍ଭର କରେ l ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷ ରୋପଣ ପାଇଁ ଯୁବପିଢ଼ିକୁ ଉତ୍ସାହିତ କରିବାକୁ ହେବ l ରଜ ମହୋତ୍ସବ କମିଟିର ମୁଖ୍ୟ ପରିଚାଳକ ବାବାଜୀ ମଲ୍ଲିକ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ରଜମହୋତ୍ସବ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ହୋଇ ବୃକ୍ଷ ରୋପଣ ଏବଂ ତାହାର ସୁରକ୍ଷା ନିମିତ୍ତ ପ୍ରତିଶୃତିବଦ୍ଧ ହୋଇଥିଲେ l ସୁଶ୍ରୀ ଶୁଭଶ୍ରୀ ଉପସଭାପତି ହେମନ୍ତ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତା, ପ୍ରଶାନ୍ତ କୁମାର ସେଠୀ, ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ,ବଡଖବର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ, ଆଲୋକ କୁମାର ନାୟକ, ସତ୍ୟବ୍ରତ ନାୟକ, ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ ପ୍ରମୁଖଙ୍କୁ ଏହାର ତତ୍ତ୍ୱlବଧାରକ ରୂପେ ଦାୟିତ୍ୱ ଅର୍ପଣ କରାଯାଇଥିଲା l ସୁଶ୍ରୀ ଶୁଭଶ୍ରୀ ସଭାପତି ପ୍ରେମ ଚରଣ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l