ଜଗତସିଂହପୁର, 05/06/2026, ଉତ୍କଳ voice( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜରେ ଗୋଷ୍ଠୀ ନିଯୁକ୍ତି ଗୋଷ୍ଠୀ ନିଯୁକ୍ତି ଓ ସେବା ସଚେତନତା ଇଣ୍ଟନସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର
ର ଅମୃତ ସନ୍ଧାନ ଫାଉଣ୍ଡେସନର ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ କୋ-ଅଡିନେଟର ଅଧ୍ୟାପକ ଶ୍ରୀ ନିବାସ ଦାସ ପରିଚାଳନା କରିଥିଲେ । ଏହି ଅବସରରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଦୁଇ ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ସହ କଲେଜ ର ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।