ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ହିଁ ବଡ଼ ଅସ୍ତ୍ର

ଜଗତସିଂହପୁର, 05/06/2026, ଉତ୍କଳ voice( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) ତା - 04/06/26 :
Article Image
ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚୋରା ଚାଲାଣ ବିରୋଧୀ ଦିବସ ପାଳନ ପରିପ୍ରେକ୍ଷୀରେ ବାଣୀଧାରା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିଚାଳିତ ୱାର ଏଗେନଷ୍ଟ ଡ୍ରଗ୍ସ ଆବ୍ୟୁଜ ଅଭିଯାନ ର୍ ସଚେତନତା ପୋଷ୍ଟର ଉନ୍ମୋଚିତ ହୋଇ ଯାଇଛି । ଟ୍ରଷ୍ଟ ର୍ ଆବାହକ ଗତିକୃଷ୍ଣ ଶତପଥୀ, ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସ୍ପି ଅଙ୍କିତ କୁମାର ବର୍ମା ଏହି ସଚେତନତା ପୋଷ୍ଟର କୁ ଉନ୍ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିତେଶ ମହାନ୍ତି, ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୁ, କରୁଣାକର ସାହୁ ସମେତ ବାଣୀଧାରା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ଥିଲେ । ତେବେ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ହିଁ ବଡ଼ ଅସ୍ତ୍ର ବୋଲି ଅତିଥିମାନେ କହିଛନ୍ତି ।
3